(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ:ପଳାତକ ନୀରବ ମୋଦୀର ପ୍ରାୟ ୩୩ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ବିଳାସମୟ କୋଠାକୁ ବିସ୍ଫୋରଣ କରି ଧ୍ୱଂସ କରିଦିଆଯାଇଛି । ନୀରବ ମୋଦୀର ପ୍ରାୟ ୩୩ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ବିଳାଶମୟ ବଙ୍ଗଳାକୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଧ୍ୱଂସ କରାଯାଇଛି। ଏହି ବଙ୍ଗଳାକୁ ନଷ୍ଟ କରିବା ପାଇଁ ଡ଼ାୟନାମାଇଟ ବ୍ୟବହାର କରାଯାଇଛି । ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ୧୦୦କୋଟି ଟଙ୍କା ଥିଲା ।ଏହା ଏତେ ମଜବୁତ ଥିଲା ଯେ ଏହାକୁ ଭାଙ୍ଗିବା ପାଇଁ ଡ଼ାୟନାମାଇଟ ବ୍ୟବହାର କରିବାକୁ ପଡ଼ିଛି । ୨୦୧୧ ମସିହାରେ ପଳାତକ ନୀରବ ମୋଦୀକୁ ୩୭୬ ବର୍ଗମିଟରରେ ବଙ୍ଗଳା ବନାଇବା ପାଇଁ ଅନୁମତି ମିଳିଥିବା ବେଳେ ସେ ବେଆଇନଭାବେ ୧୦୮୧ ବର୍ଗ ମିଟରରେ ନିର୍ମାଣ କରିଥିଲେ ।
୧୩ ହଜାର କୋଟିର ପିଏନବି ଘୋଟାଲାର ଅଭିଯୁକ୍ତ ନୀରବ ମୋଦୀଙ୍କ ଅଲିବାଗ ନିକଟରେ ଥିବା ବଙ୍ଗଳାକୁ ନିକଟରେ ଅଧିକାରୀମାନେ ଯାଞ୍ଚ କରିଥିଲେ । ଏହା ପରେ ଏହି ବଙ୍ଗଳାକୁ ବେଆଇନ ଘୋଷଣା କରିଥିଲେ । ବଙ୍ଗଳାରେ ଥିବା ମୁଲ୍ୟବାନ ବସ୍ତୁ ଗୁଡିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାହର କରି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଜମା କରିଥିଲା । ରାୟଗଡ କଲେକ୍ଚରଙ୍କ ସୂଚନା ଅନୁସାରେ ଇଡି ପକ୍ଷରୁ ସନ୍ଦେଶ ମିଳସାରିଛି ଏବଂ ବଙ୍ଗଳାକୁ ଭାଙ୍ଗିବାର ପ୍ରକ୍ରିୟାର ଆରମ୍ଭ କରାଯାଇଥିଲା ।