ଶିକାରୀକୁ ଧରିଲା କ୍ୟାମେରା : ୬ଶିକାରୀ ଗିରଫ

0

ଶିମିଳିପାଳ:  ଶିକାରୀ ଧରିଲା ଇଓ କ୍ୟାମେରା । ଶିକାର କରିବା ବେଳେ ଖୁଣ୍ଟା ଥାନା ଅଞ୍ଚଳର ୬ଜଣ ଶିକାରୀ ଧରାପଡିଛନ୍ତି । ଏଭଳି ଘଟଣା ଘଟିଛି ଶିମିଳି ପାଳ ଅଭୟାରଣ୍ୟ ରୁ ଆଶିଛି ଏଭଳି ଖବର । ତେବେ ଗରଫ ହୋଇଥିବା ୬ଜଣ ଶିକାରୀ ହେଉଛନ୍ତିଖୁଣ୍ଟା ଥାନା ଭୂପଡ ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ରଥ ସିଂ, ବାଉଲା ସିଂ,ନୂଆଗାଁ ଅଞ୍ଚଳର ମିଥୁନ ହେମ୍ବ୍ରମ,ଲକ୍ଷ୍ମଣ ସୋରେନଓ ପ୍ରଧାନ ସୋରେନ ବୋଲି ଜଣାପଡିଛି । ତେବେ ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଗୋଟିଏ ଜାଲ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଗିରଫ ୬ ଶିକାରୀ ବେଆଇନ ଭାବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ମାଉସ ଡିଅର ଶିକାର କରିଥିଲେ। ତେବେ AI କ୍ୟାମେରା ଫୋଟକୁ ଆଧାର କରି ସେମାନଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଜାଲ ଜବତ କରାଯାଇଛି।