(ଆଦର୍ଶ /ସରୋଜ)ଭୁବନେଶ୍ୱର: ଗତ ୨୬.୧୦.୨୦୧୯ ତାରିଖ ଦିନ ପୂର୍ଣ୍ଣକୃଷ୍ଣ ନାମକ ଜଣେ ଟ୍ରକ ଚାଳକ କଟକ ଚୌଦ୍ୱାର ଅଞ୍ଚଳରେ ଟ୍ରକ ନେଇଯାଉଥିବା ସମୟରେ ଚାଉଳିଆଗଞ୍ଜ ଥାନାର ଦୁଇ ଜଣ ପୋଲିସ କର୍ମଚାରୀ ଟ୍ରକକୁ ଅଟକାଇ ପୂର୍ଣ୍ଣକୃର୍ଷ୍ଣଙ୍କ ଠାରୁ ଗାଡ଼ି କାଗଜ ପତ୍ର ସହ ଲାଇସେନ୍ସ ମାଗି ନେଇଥିଲେ । ଯାଞ୍ଚ ପରେ ପୂର୍ଣ୍ଣକୃଷ୍ଣ କାଗଜ ପତ୍ର ମାଗିବାରୁ ପୋଲିସ କର୍ମଚାରୀ ତାଙ୍କୁ ଟଙ୍କା ମାଗିଥିଲେ । ସେ ଥାନା ଆଇଆଇସି ଦୀପକ ମିଶ୍ରଙ୍କୁ ଏ ବିଷୟରେ ଜଣାଇ ତାଙ୍କ ଠାରୁ ଲାଇସେନ୍ସ ଓ କାଗଜପତ୍ର ଆଣିଥିଲେ । ଯାହା ଫଳରେ କର୍ମଚାରୀ ତାଙ୍କ ଉପରେ ରାଗ ରଖି ଗତକାଲି ରାତିରେ ତାଙ୍କ ଘରକୁ ଯାଇ ଗାଳି ଗୁଲଜ କରିବା ସହ ପୋଲିସ ଲାଠିରେ ମାଡ଼ ମାରିଥିଲେ । ଯାହା ଫଳରେ ସେ ଆହତ ହୋଇଥିଲେ । ତେବେ ସେ ଆଜି ଭୁବନେଶ୍ୱର ପୋଲିସ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।