ଠକକୁ ପୋଲିସର ସାହାଯ୍ୟ ସହଯୋଗ , ପୋଲିସ ଗାଡି ଅଟକ ସହିତ

0

(ଅଜିତ ସାହୁ /ଜଳେଶ୍ୱର) : ଜଣେ ଠକକୁ ପୋଲିସ ସାହାଯ୍ୟ ସହଯୋଗ କରୁଥିବା ସନ୍ଦେହ କରି ପୋଲିସ ଗାଡି ସହିତ ରାସ୍ତାକୁ ଅବରୋଧ କଲେ ଗ୍ରାମବାସୀ।ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା,ସିଂଲା ଥାନାର ନାବ୍ରା ଛକ ନିକଟରେ। ସୂଚନା ଅନୁସାରେ ନାବରା ଛକ ଠାରେ ବାଲିଆପାଳ ଥାନା ଶ୍ରୀରାମ ପୁର ଗ୍ରାମର ମହେନ୍ଦ୍ର ଦେ ପାଞ୍ଚ ମାସ ଧରି ଜେରେକ୍ସ ଦୋକାନ କରିଥିଲେ । ଦୋକାନ କରିବା ଆଳରେ ସେ କିଛି ଲୋକଙ୍କୁ ଚାକିରୀ, ଭତା , ଲେବର କାର୍ଡ ଇତ୍ୟାଦି କରାଇଦେବ କହି ବହୁ ଟଙ୍କା ଲୁଟି ନେଇଥିଲେ। ଲୋକ ମାନେ ବାରମ୍ବାର ଟଙ୍କା ମାଗିବାରୁ ସେ କିଛି ଦିନ ହେବ ଦୋକାନ ବନ୍ଦ ରଖିଥିଲେ। ତେବେ ହଠାତ ଦିନେ ପହଞ୍ଚି ଦୋକାନ ର ସମସ୍ତ ଜିନଷ ନେବାକୁ ଚେଷ୍ଟା କରିଥିଲେ, ହେଲେ ଘରମାଲିକ ଲୋକଙ୍କ ର ସମସ୍ୟା କୁ ନଜରରେ ରଖି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଯୁବକ ଜଣକ ଦୁଇ ଦିନ ପରେ ସମାଧାନ କରିବା କହି ସେଠାରୁ ପଳେଇ ଯାଇ ସିଂଲା ଥାନାରେ ଅଭିଯୋଗ କରି ଥିଲେ। ତେବେ ଆଜି ସିଂଲା ପୋଲିସ ସହାୟତାରେ ଦୋକାନରେ ଥିବା ସମସ୍ତ ଜିନିଷ ନେବାକୁ ଆସିଥିଲେ। ଉକ୍ତ ଖବର ଗ୍ରାମବାସୀ ମାନେ ଜାଣିବା ପରେ ଥାନା ଗାଡ଼ିକୁ ଅଟକ ରଖି ପୋଲିସ ଉପରେ ଭୀଷଣ ବର୍ଷିଥିଲେ । ବାଲେଶ୍ଵର ଜିଲ୍ଲା ରେ ଚିଚଫଣ୍ଡ କେଳେଙ୍କାରି ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଅଭିନବ ଉପାୟରେ ଠକେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଖବର ଲେଖା ହେବା ସୁଦ୍ଧା ଉତେଜନା ଜାରି ରହିଥିଲା। ଏ ବାବଦରେ ସିଂଲା ପୋଲିସ ନିକଟରେ ଦୋକାନୀ ମହେନ୍ଦ୍ର ଦେ ନାମରେ କୌଣସି ଅଭିଯୋଗ ନଥିବା ଜଣା ପଡିଛି, ଅଭିଯୋଗ ଆସିଲେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିଂଲା ପୋଲିସ କହିଛି।