ପୁଲିସ ପକ୍ଷରୁ ଦୋକାନରେ ଚଢ଼ାଉ

0

ସୋନପୁର/ଓମପ୍ରକାଶ ମିଶ୍ର: ସୋନପୁର ସହରର ବିଭିନ୍ନ ଛକ ମାନଙ୍କରେ ତଥା ଗଙ୍ଗାଧର ଛକ, ବିଜୁ ପଟ୍ଟନାୟକ ଛକ, ବ୍ଳକଛକ, କଚେରୀ ଛକ ମାନଙ୍କ ରେ ଥିବା ପାନ ଦୋକାନ ମାନଙ୍କ ରେ ଟାଉନ ପୋଲିସ ,ଅବକାରୀ ବିଭାଗ, ଓ ସ୍ୱାସ୍ଥ୍ୟ ବିଭାଗ ର ଖାଦ୍ୟ ନିରକ୍ଷକ ଙ୍କ ତରଫରୁ ମିଳିତ ଚଢ଼ାଉ କରିଥିଲେ।ପାନ ଦୋକାନ ମାନଙ୍କ ରେ ଗୁଟଖା,ମାଦକ ଦ୍ରବ୍ୟ ରଖିଥିବା ସାମଗ୍ରୀ ଗୁଡିକ କଡାକଡି ଭାବରେ ଧରପଗଡ କରାଯାଇଛି।ସୋନପୁର ସହର କୁ ସ୍ୱଛ, ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପ ନେଇଛନ୍ତି।