ଧରାପଡିଲେ ୫ ନକଲି ଏମଭିଆଇ

0

ଋିପୋର୍ଟରସ ଟୁଡେ(ସୋମ୍ୟଶ୍ରୀ ମହାନ୍ତି): ନିଜକୁ ଏମଭିଆଇ ପରିଚୟ ଦେଇ ଜବରଦସ୍ତି ଜରିମାନା ଆଦାୟ କରୁଥିବା ବେଳେ ୫ଜଣ ଧରା ପଡିଛନ୍ତି । ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷମଣନାଥ ତନଖି ଫାଟକ ପାଖରେ ୫ଜଣ ବ୍ୟକ୍ତି ଧରାପଡିଛନ୍ତି । ଅଭିଯୋଗ ଅନୁଯାୟୀ ଲକ୍ଷମଣନାଥ ତନଖି ଫାଟକ ନିକଟରେ ଅଭିଯୁକ୍ତମାନେ ଏକ ପର୍ଯ୍ୟଟକ ବସକୁ ଅଟକାଇ ଥିଲେ । ବସଟି ଅଟକିବା ପରେ ବସର କାଗଜ ପତ୍ର ସବୁ ବସ ଡ୍ରାଇଭରଠାରୁ ଆଣି ଯାଂଚ କରିଥିଲେ । କାଗଜରେ କୌଣସି ତ୍ରୁଟି ଥିବା ନେଇ ଡ୍ରାଇଭରକୁ ଜରିମାନ ଯୁକ୍ତ ଟଙ୍କା ମାଗିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ନକଲି ଏମଭିଆଇଙ୍କୁ ଗିରଫ କରିଥିଲେ । ଏହାସହ ନକଲି ଏମଭିଆଇମାନେ ବସ ମଧ୍ୟରେ ଥିବା ମହିଳାମାନଙ୍କ ସୁନାଗହଣା ମଧ୍ୟ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପର୍ଯ୍ୟଟକମାନେ ୬୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।