ଚାକିରୀ କରେଇ ଦେବାକୁ କହି 5 ଜଣଙ୍କ ଠାରୁ 60 ଲକ୍ଷ ଠକେଇ; ଗିରଫ କଲା ପୋଲିସ

0

ଭୁବନେଶ୍ୱର: କନସେଲଟେନ୍ସିନାରେ ଚାକିରୀ ପାଇଁ ପ୍ରଲୋଭନ ଦେଖାଇ ଟଙ୍କା ହଡପ । ଘରୋଇ ସଂସ୍ଥାରେ ଚାକିରୀ କରେଇ ଦେବାକୁ କହି 5 ଜଣଙ୍କ ଠାରୁ 60 ଲକ୍ଷ ଠକେଇ । ଶୋଭନ ରଞ୍ଜନ ବେହେରା ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଘରୋଇ ସଂସ୍ଥାରେ ଚାକିରୀ ପାଇଁ ଜଣେ ଯୁବକଙ୍କ ଠାରୁ 6 ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଗତ 23 ମାର୍ଚ୍ଚରେ ନୟାପଲ୍ଲୀ ଥାନାରେ ଏତଲା ହୋଇ ଥିଲା । ପରେ ତଦନ୍ତ ବେଳେ ଆଉ ଦୁଇ ଜଣଙ୍କ ଠାରୁ 11 ଲକ୍ଷ ଲେଖାଏଁ ଆଉ ଅନ୍ୟ ଦୁଇ ଜଣଙ୍କ ଠାରୁ 15 ଲକ୍ଷ ଲେଖାଏଁ ନେଇ ଥିବା ଅଭିଯୋଗ ହୋଇଥିଲା । ଝାରପଡା ଅଂଚଳରେ ସଂଯୋଗ କାନସଲ ଟେନ୍ସି ଚଳାଉ ଥିଲା ଅଭିଯୁକ୍ତ । ଆହୁରି ଅନେକ ଲୋକଙ୍କ ଠାରୁ ଏଭଳି ଠକେଇ କରିଥିବା ସନ୍ଦେହ କରାଯାଉଥିବା ବେଳେ ଠକେଇ ର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ଡିସିପି ।