ବିଭିନ୍ନ  ସାମଗ୍ରୀ ସହ ୪ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

0

ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର: ବୀରମହାରାଜପୁର  ପୋଲିସକୁ ବଡ ସଫଳତା । ଉଦ୍ଧାର ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି । ଏଥିସହିତ  ୪ ଟି ବାଇକ, ୬ ଟି ଟ୍ୟାବ, ୯ ଟି ଏଟିଏମ ଓ ଗୋଟିଏ ସ୍ମାର୍ଟ ବୋର୍ଡ ଉଧାର କରିଥିବାବେଳେ ୪ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।

 ସୂଚନା ଅନୁଯାୟୀ, କିଛି ଦିନ ତଳେ ବୀରମହାରାଜପୁର ଥାନା ଅନ୍ତର୍ଗତ ସୁନାପାଳି ନିକଟରେ ହୋଇଥିବା ଲୁଟ ଘଟଣାର ତଦନ୍ତ କରି ଏହି ସବୁ ସାମଗ୍ରୀ ଉଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

ଏହି ୬ ଜଣିଆ ଡକାୟତ ଗ୍ୟାଙ୍ଗ ରାହାଜାନି ସହ ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା କହିଛି ପୋଲିସ । ଏନେଇ ବୀରମହରାଜପୁର ଥାନା ପରିସରରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାମ ପ୍ରସାଦ ସାହୁ  ।