କେନ୍ଦୁଝର : କେନ୍ଦୁଝର ପୋଲିସ ହାତରେ ସାଇବର ଠକ ଜାମତରା ଗ୍ୟାଙ୍ଗର ୪ ସଦସ୍ୟ । । ଓଡ଼ିଶାରେ ସକ୍ରିୟ ଥିଲେ ଧରାପଡିଥିବା ୪ ଅଭିଯୁକ୍ତ ଘସିପୁରା ଅଞ୍ଚଳର ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ୫୩୮ ସିମକାର୍ଡ, ୧୮ ମୋବାଇଲ, ୫ଟି ବାୟୋମେଟ୍ରିକ୍ ସ୍କାନର ଜବତ ହୋଇଛି। ୧୫ଟି ଏଟିଏମ, ଆଇଡି କାର୍ଡ, ଲ୍ୟାପଟପ୍, ପାସବୁକ୍ ସହ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ରାଜସ୍ଥାନ, ଝାଡଖଣ୍ଡ ଓ ବିହାର ଗ୍ୟାଙ୍ଗ ସହ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ଠାରୁ ସୂଚନା ମିଳିଛି। ତେବେ ସେମାନେ ଗୋଟିଏ ସିମ୍ ପିଛା ଦେଉଥିଲେ ୪ ହାଜର ଟଙ୍କା । ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ ହୋଇଛି । ନୀରିହ ଗରିବ ଲୋକଙ୍କୁ ଆଇଡି ନେଇ ଏମାନେ ସିମ୍ କିଣୁଥିଲେ । ଆକ୍ଟିଭେଟେଟ୍ ସିମକୁ ଝାଡଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ । ମହାରାଷ୍ଟ୍ରରୁ ଅଭିଯୋଗ ଆସିବା ପରେ କେନ୍ଦୁଝର ପୋଲିସ ତନାଘନା ଆରମ୍ଭ କରିଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ୪ ଶହରୁ ୫ ଶହ ସିମ୍ ଜବତ କରାଯାଇଛି । ବିଶେଷ କରି ଜିଓ ଏବଂ ଏୟାରଟେଲ୍ ନମ୍ବରରୁ ଠକେଇ କରୁଥିବା ଜଣାପଡ଼ିଛି ।