ବିଭିନ୍ନ ଧାତୁ ନିର୍ମିତ ସାମଗ୍ରୀ ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ

0

ସୁବର୍ଣ୍ଣପୁର : ୪ଡକାୟତଙ୍କୁ ଧରିଛି ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ସୁବଳୟା ଥାନ ଅଞ୍ଚଳରେ ଡକାୟତି କରୁଥିବା ଏକ ଡକାୟତ ଦଳର ୪ ଜଣଙ୍କୁ ପୁଲିସ ଗିରଫ କରିଛି । ପରେ ସେମାନଙ୍କ ନିକଟରୁ ବିଭିନ୍ନ ଧାତୁ ନିର୍ମିତ ଦେବଦେବୀଙ୍କ ମୂର୍ତ୍ତି, ୪ଟି ବାଇକ୍, ଏ ଟିଏମ୍ କାର୍ଡ ଜବତ କରିଛି |

ଏନେଇ  ବୀରମହାରାଜପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ପି ରାମପ୍ରସାଦ ସାହୁ। ତାଙ୍କ ସୂଚନା ଅନୁସାରେ, ଗତ ଜାନୁଆରି ୧୮ ତାରିଖ ଦିନ ଜଳଛାୟା ପ୍ରକଳ୍ପର କର୍ମଚାରୀ କୁବେର କର୍ମୀ ସୁନାପାଲି ଗାଁକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ମୋବାଇଲ, ଟଙ୍କା ଓ ବାଇକ ଲୁଟି ନେଇଥିଲେ | ଘଟଣାସ୍ଥଳରୁ ୨ ଜଣଙ୍କୁ ଲୋକମାନେ କାବୁକରି ପୁଲିସକୁ ହସ୍ତାନ୍ତର କରିଥିଲେ | ୨ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଆଉ ୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା | ସେହିପରି ସୁବଳୟା ଥାନା ଗୋଧନେଶ୍ଵର ଶିବମନ୍ଦିରରୁ ଚୋରିଫେରାର୍ ଅଛନ୍ତି | ଏମାନେ ଦୁଇଟି ଦଳ ହୋଇ ଗୋଟିଏ ଦଳ ବ୍ୟବସାୟୀ, ଅର୍ଥ ଲଗାଣକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ | ଅନ୍ୟ ଦଳ ବିଭିନ୍ନ ମଠ ମନ୍ଦିରରେ ଥିବା ମୂର୍ତ୍ତି ଚୋରି କରୁଥିଲେ। ବିଚାର ବିଭାଗୀୟ ହାଜତରେ ଥିବା ଡକାୟତ ଦଳର ସଦସ୍ୟମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା ପରେ ଗୋଧନେଶ୍ବର ମନ୍ଦିର, ପାତାଳୀ ଶ୍ରୀକ୍ଷେତ୍ର, ଲୁତୁରପଙ୍କ ୟୁପିସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରାଯାଇଥିଲା | ଉଦ୍ଧାର ଚୋରି ସାମଗ୍ରୀ ମଧ୍ୟରେ ସ୍ମାର୍ଟଟିଭି, ମୋବାଇଲ, ଟାବ୍‌ଲେଟ୍‌, ୪ଟି ବାଇକ, ବିଭିନ୍ନ ପିତ୍ତଲ, ରୁପା, ଅଷ୍ଟଧାତୁ ନିର୍ମିତ ଦେବଦେବୀ ମୂର୍ତ୍ତି, ଏଟିଏମ୍ କାର୍ଡ ସବୁ ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଏଏସ୍‌ପି ହରି ପ୍ରସାଦ, ଏସ୍‌ଡିପିଓ ବାସୁଦେବ ଛତ୍ରିଆ, ବୀରମହାରାଜପୁର ଥାନା ଅଧିକାରୀ ଶୋଭାକର ସେଟ୍, ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ |