ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମ କଟକ ପୁଲିସକୁ ମିଳିଛି ବଡ଼ ସଫଳତା। ଟ୍ରେନ ଯୋଗେ ଛତିଶଗଡ଼ କୁ ଗଞ୍ଜେଇ ଚୋରାଚାଳାଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ବିଷମ କଟକ ପୁଲିସ। ଚନ୍ଦ୍ରପୁରରୁ ଛତିଶଗଡକୁ ଟ୍ରେନ୍ ରେ ଗଞ୍ଜେଇ ଚୋର ଚାଲାଣ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖବର ପାଇ ବିଷମ କଟକ ପୋଲିସ୍ ବିଷମ କଟକ ରେଳ ଷ୍ଟେସନ ପାଖରୁ ଦୁଇଜଣ କୁ ସନ୍ଦେହରେ ଅଟକ ରଖିବା ସହ ସେମାନେ ଧରିଥିବା ବ୍ୟାଗ ଗୁଡିକୁ ଯାଂଚ କରିବା ବେଳେ ସେଥିରୁ ଗଂଜେଇ ଠାବ ହୋଇଥିଲା । ସେମାନଙ୍କ ନିକଟରୁ ତିନୋଟି ବ୍ୟାଗ ରୁ ୨୧କିଲୋ ଗଂଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଦୁଇ ଗଞ୍ଜେଇ ମାଫିଆ ମାନେ ହେଇଛନ୍ତି ତାମିଲନାଡୁ ରାଜ୍ୟର ଟି.ସତୀଶ କୁମାର,ଉତର ପ୍ରଦେଶର ମହମ୍ମଦ ହମିଦ୍ ବୋଲି ଜଣାପଡିଛି । ଗଞ୍ଜେଇ ଗୁଡିକ ମାଜିଷ୍ଟେଟ ଉପସ୍ଥିତି ରେ ଓଜନ କରାଯାଇ ଥିଲା। ଏହା ପରେ ବିଷମ କଟକ ଥାନା ରେ ଏକ ମାମଲା ରୁଜୁ କରିବା ପରେ ଦୁଇ ଗଞ୍ଜେଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।