(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ରବିବାର ଦକ୍ଷିଣ ଜାମ୍ମୁ କାଶ୍ମୀରର ଫୁଲୱାମା ଜିଲ୍ଲା ର ମଣ୍ଡୁନା ଗାଁରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଆଡ୍ଡା ଉପରେ ରାଜ୍ୟ ପୁଲିସ ଓ ସଶସ୍ତ୍ର ବଳ ଚଢାଉ କରିଛନ୍ତି । ଆତଙ୍କବାଦୀ ଆଡ୍ଡାରୁ ସୁରକ୍ଷା ବଳକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହି ଅପରେଶନ ଏକ ପୁଲିସ ଦଳ ଓ ୫୫ ରାଷ୍ଟ୍ରୀୟ ରାଇପଲ ଦ୍ୱାରା ଏକ ସୂଚନାକୁ ଭିତ୍ତିକରି କରାଯାଇଥିଲା । ପୁଲିସ ଏହି ମାମଲାରେ ଏକ କେଶ ପଞ୍ଜିକରଣ କରି ତଦନ୍ତ ଚଳାଇଛି ।