(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା:ଆଜି ଖୋର୍ଦ୍ଧା ପୋଲିସ ତରଫରୁ ସ୍ଥାନୀୟ ରିଜର୍ଭ ପୋଲିସ୍ ପଡିଆ, ତରତୁଆ ଠାରେ ୮୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ଏସ୍.ପି. ଶ୍ରୀ ଅମୁଲ୍ୟ କୁମାର ଦାସ୍, ଓ ପି ଏସ ମୁଖ୍ୟଅତିଥି ଭାବେ ଯୋଗ ଦାନ କରି ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କର ଶୁଭେଚ୍ଛା ବାର୍ତା ପାଠ କରିଥିଲେ । ପୋଲିସ୍ ବାହିନୀରେ ବିଭିନ୍ନ୍ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଏ.ଏସ୍.ଆଇ ପ୍ରଶାନ୍ତ କୁମାର ଦାସ୍, ଏ.ପି.ଆର. ହାବିଲଦାର ରାଜେନ୍ଦ୍ର କୁମାର ମହାନ୍ତି, ଓ.ଆର. କନେଷ୍ଟବଳ ଶେଖ୍ ରହିମ୍ ଓ ଏ.ପି.ଆର. କନେଷ୍ଟବଳ ପାର୍ବତି ଦେଇ ମୂଖ୍ୟ ଅତିଥି ଶ୍ରୀ ଅମୁଲ୍ୟ କୁମାର ଦାସ୍ଙ୍କ ଠାରୁ ଅର୍ଥ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ଉକ୍ତ ଉତ୍ସବରେ ଖୋର୍ଦ୍ଧା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରିଟାୟର୍ଡ ପୋଲିସ୍ ଅଧିକାରୀ, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆର ସାମ୍ବାଦିକ, ଜିଲ୍ଲାର ସମସ୍ତ ଉଚ୍ଚ ପୋଲିସ୍ ଅଧିକାରୀ ଓ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ ।