ବୈପାରିଗୁଡାରେ ବେଆଇନ ଗାଞ୍ଜେଇ ଗଛ ନଷ୍ଟ କଲା ପୋଲିସ

0

ବୈପାରିଗୁଡା / ଯୋଗେନ୍ଦ୍ର ପଟ୍ଟନାୟକ:  ବୈପାରିଗୁଡା ଅଂଚଳର ବିଭିନ୍ନ ଦୁର୍ଗମ ଓ ଅପହଞ୍ଚ ସ୍ଥାନରେ ଗଞ୍ଜେଇ ଚାଷ ରୋକିବା ପାଇଁ ପ୍ରଶାସନ ପକ୍ଷ ରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ନା ସରକାରୀ ଜାଗାରେ ଚାଷ ହେଉଛି ତାହାର କିଛି ତଥ୍ୟ କେମିତି କାହାର ପାଖରେ ରହୁନାହିଁ ତାହାକୁ ନେଇ ସାଧାରଣ ରେ ଆଲୋଚନାର ବିଷୟ ପାଲଟିଛି ।  ଏଠାକାର ବହୁ ଅଞ୍ଚଳ ପାହାଡ଼ ଓ ଜଙ୍ଗଲିଆ ହୋଇଥିବାରୁ ଏହାର ଫାଇଦା ଉଠାଇ ଅପହଞ୍ଚ ସରକାରୀ ଜାଗାକୁ ଟାର୍ଗେଟ କରୁଛନ୍ତି ଚୋରା ବେପାରୀ। ସେମାନେ ବାହାର ଅଞ୍ଚଳର ଚାଷୀଙ୍କୁ ଏଠାକୁ ପଠାଇ ଏହି ବେଆଇନ ଚାଷ କରିବା ସହ କୋଟି କୋଟି ଟଙ୍କା ଆୟ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୩୫ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବାର ଜଣାପଡିଛି।ବୈପାରିଗୁଡା ଥାନା ପକ୍ଷରୁ ମାଝୀଗୁଡା ପଂଚାୟତର ଉଲଦାନପୁଟ, ମହୁଲଫୁଟ ଓ କାତପଡା ଅଂଚଳରୁ ବେଆଇନ ଭାବେ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବୈପାରିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ ଗଛ ପ୍ରାୟ ୩୫ ଏକରକୁ ନଷ୍ଟ କରିଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଏସଆଇ ବିଷ୍ଣ ଶବର ।