ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂତନ ଡିଜିପି

0

ଭୁବନେଶ୍ୱର: ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ପୋଲିସ ଡିଜି | ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହେଉଛନ୍ତି ଯୋଗେଶ ବାହାଦୂର ଖୁରାନିଆ । ଖୁରାନିଆଙ୍କ ନିଯୁକ୍ତି ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ନିକଟରେ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀ ଖୁରାନିଆ ଏହା ପୂର୍ବରୁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ (ପଶ୍ଚିମ) ଭାବରେ କାର୍ଯ୍ୟ କରିଛନ୍ତି । ଓଡ଼ିଶା କ୍ୟାଡ଼ର ଆଇପିଏସ୍‌ ଶ୍ରୀ ଖୁରାନିଆ ରାଜ୍ୟର ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ସେହିପରି କଟକ–ଭୁବନେଶ୍ୱର ପୁଲିସ କମିଶନର ଏବଂ ଦକ୍ଷିଣ ଓ ଉତ୍ତରାଞ୍ଚଳ ଡିଆଇଜି, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।