ଅଢ଼େଇ ଟ୍ରକ ବାଣ ଜବତ୍ କଲା ପୋଲିସ

0

(ଭୁବନେଶ୍ୱର/ସରୋଜ ରାଉତ): ଚଳିତ ବର୍ଷ କରୋନା ମଧ୍ୟରେ ଦୀପାବଳିକୁ ବର୍ଜନ କରିବାକୁ ରାଜ୍ୟସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଉପଲକ୍ଷେ ରାଜ୍ୟରେ ବିଭିନ୍ନ ଜାଗାରେ ଚେକିଙ୍ଗକୁ କମିଶନରେଟ ପୋଲିସ ତରଫରୁ କଡା କଡି କରାଯାଇଛି । ଏହି ସମୟରେ ଜଟଣିର ନିର୍ଦ୍ଧିଷ୍ଟ କିଛି ଗୋଦାମରେ ବାଣ ରଖାଯାଇଥିବା ଖବର ପାଇ ଚଢ଼ାଉ କରାଯାଇଥିବା ଡିସିପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି ।
ପୋଲିସ ଚଢାଉରେ ୩ଟି ବାଣ ଗୋଦାମ ଉପରେ ରେଡ କରାଯାଇ ପାଖା ପାଖି ଅଢ଼େଇ ଟ୍ରକ ବାଣ ଜବତ କରାଯାଇଛି । ଚଢ଼ାଉ କରାଯାଇଥିବା ଗୋଦାମର ମାଲିକଙ୍କ ମଧ୍ୟରୁ ଜଣଙ୍କ ପାଖରେ ଲାଇସେନ୍ସ ଥିବା ବେଳେ ଅନ୍ୟ ଜଣଙ୍କ ପାଖରେ ଲାଇସେନ୍ସ ନ ଥିବା ସୂଚନା ରହିଛି । ଲାଇସେନ୍ସର ଭେରିଫିକେଶନ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଡିସିପ କହିଛନ୍ତି ।