ଉପଡାକଘରୁ ଚୋରି ଉଦ୍ୟମ ଅଭିଯୋଗରେ ପୂଳିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…

0

ସୁବର୍ଣ୍ଣପୁର: (ଓମ୍ପ୍ରକାଶ ମିଶ୍ର) ସୁବର୍ଣ୍ଣପୁର ବିନିକା ଥାନା ସମ୍ମୁଖ ସ୍ଥିତ ଉପଡାକଘରୁ ଚୋରି ଉଦ୍ୟମ ଅଭିଯୋଗରେ ପୂଳିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଫେବୃଆରୀ ୨୫ ରାତିରେ ବିନିକା ଉପଡାକଘରର ୬ଟି ତାଲା ନାଟି କେତେକ ଦୁର୍ବୃତ୍ତ  ଚୋରି ଉଦ୍ୟମ କରିଥିଲେ । ପରଦିନ ଅଭିଯୋଗ ପରେ ବିନିକ। ପୁଲିସ ଓ ଡଗ ସ୍କୁତି ତଦନ୍ତ କରିଥିଲେ । ଘଟଣାର ୨୧ ଦିନ ପରେ ପୁଲିସ ଚରଗଡ଼ ଜିଲା ବରପାଲି ଥାନା ଜନ ବାର ଗାଁର ମନୋରଞ୍ଜନ ସେଠ୍ ଓ କାଇଁଶିର ଗାଁର କୀର୍ତ୍ତି ପଞ୍ଚୁଲାଯାକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବାଇକ, ବିଦ୍ୟୁତ ପରିଚାଳିତ କଟର୍, ୬ଟି ତାଲା, ଭଙ୍ଗା କଟର ପ୍ଲେଟ ଓ ଶାବଳ ଜବତ ସହ ୨ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବିନିକା ଥାନା ଏସ୍ଥାର ପ୍ରଶ୍ନଳିତ ଚେହେରା ସୂଚନା ଦେଇଛନ୍ତି ।