ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ୩ ସନ୍ଦିଗ୍ଧଙ୍କୁ ଅଟକ କରିଛି ପୁଲିସ

0

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ୩ ସନ୍ଦିଗ୍ଧଙ୍କୁ ଅଟକ କରିଛି ପୁଲିସ । ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି । ଅଟକ ଥିବା ୩ ସନ୍ଦିଗ୍ଧ ଅଭିନେତାଙ୍କ ଘରର କର୍ମଚାରୀ ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ଡକାୟତି ଉଦ୍ୟମରେ ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ, ଘରର ସହାୟିକା ପ୍ରଥମେ ଚୋରଙ୍କୂ ଦେଖିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଯେତେବେଳେ ଅଭିନେତା ଆସି ସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଚୋର ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରିଥିଲା ।