ରଥଯାତ୍ରା ପାଇଁ ରିଜର୍ଭ ପେଲିସ ଗ୍ରାଉଣ୍ଡରେ ପୋଲିସର ମକଡ୍ରିଲ

0

ପୁରୀ/ ସଞ୍ଜୟ ମୋହାପାତ୍ର: ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ଅଣ୍ଟା ଭିଡିଛି ପୋଲିସ୍ ବିଭାଗ। ବିଶେଷ କରି ରଥଟଣା କିଭଳି ଶାନ୍ତି ଶୃଙ୍ଖଳାରେ ହୋଇ ପାରିବ ସେ ନେଇ ପୋଲିସ୍ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଉଛି। ରଥ ଟଣା କିଭଳି ହୋଇ ପାରିବ ଏହାକୁ କିଭଳି ନିୟନ୍ତ୍ରଣ କରିହେବ ସେ ନେଇ ପୁରୀ ପୋଲିସର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଏକ ମକଡ୍ରିଲ କରାଯାଇଛି। ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ମକଡ୍ରିଲ ହୋଇଛି। ତିନୋଟି ଜିପ୍ କୁ ତିନୋଟି ରଥ ଭାବେ ନିଆଯାଇଥିଲା। ଏହାର ଚାରି ପାଖରେ ରଥଯାତ୍ରା ଭଳି କର୍ଡନ କରାଯାଇଥିଲା। ପରେ ତିନୋଟି ଜିପ୍ କୁ ରଥ ଭାବେ ଟଣାଯାଇଥିଲା। ତେବେ ରଥଟଣା ବେଳେ କିଭଳି ଦଉଡ଼ି ଧରିବାକୁ ହେବ, ରଥ ଅଟକିବା ବେଳେ କିଭଳି ରଥ ଦଉଡି଼ ରଖିବାକୁ ହେବ, ଭକ୍ତଙ୍କୁ କିଭଳି ନିୟନ୍ତ୍ରଣ କରିହେବ ସେ ନେଇ ମକଡ୍ରିଲ ହୋଇଥିଲା। ପହଣ୍ଡି ସମୟରେ ରଥ ଚାରି ପଟେ କିଭଳି କର୍ଡନ ହେବ, ରଥ ଚାଲିଲା ବେଳେ କିଭଳି କର୍ଡନ ଭଙ୍ଗାଯିବ ଓ ପୁନର୍ବାର କର୍ଡନ କରାଯାଇ ପାରିବ ସେ ନେଇ ପୋଲିସ୍ କର୍ମଚାରିଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପୁରୀ ଏସପି କେ ବିଶାଲ ସିଂ, ବରିଷ୍ଠ ପୋଲିସ ଅଧିକାରୀ ଜ୍ଞାନ ରଞ୍ଜନ ମହାପାତ୍ର , ଆଇନ ଶୃଙ୍ଖଳା ଏଡିଜି ସଂଶୟ କୁମାର ଙ୍କ ସହ ପୁର୍ବରୁ ରଥଯାତ୍ରାରେ ଡ୍ୟୁଟି କରିଥିବା ଅଭିଜ୍ଞ ପୋଲିସ୍ ଅଧିକାରିଙ୍କ ଉପସ୍ଥିତିରେ ଏହି ରଥଟଣା ମକଡ୍ରିଲ ହୋଇଥିଲା। ପ୍ରଥମେ ରଥ ଭାବେ ବଲଭଦ୍ରଙ୍କ ରଥ ତଥା ଜିପ କୁ ପୋଲିସ ମାନେ ଟାଣିଥିଲେ। ପରେ ଦେଵୀ ସୁଭଦ୍ରା ଓ ଶେଷରେ ପ୍ରଭୂ ଜଗନ୍ନାଥଙ୍କ ପରିକଳ୍ପିତ ରଥ ତଥା ଜିପ୍ କୁ ଟଣା ଯାଇଥିଲା। ଏହି ମକଡ୍ରିଲରେ ରାପିଡ ଆକ୍ସନ ଫୋର୍ସ , ଆଇଆରବି, ଓଡ଼ିଶା ପୋଲିସ ସାମିଲ ହୋଇଥିଲେ। ମକଡ୍ରିଲକୁ ନେଇ ଏ ଡି ଜି ସଞ୍ଜୟ କୁମାର କହିଛନ୍ତି ଲକ୍ଷ ଲକ୍ଷ ଭକ୍ତ ଆସିବାକୁ ଥିବା ବେଳେ ଏ ନେଇ ମକଡ୍ରିଲ ବେଶ୍ ଗୁରୁତ୍ବପୁର୍ଣ। ସବୁ ଅଫିସର ଓ ଫୋର୍ସ ମାନେ ଜାଣି ପାରିବେ ରଥ କିଭଳି ଗଡିବ , ଏହାକୁ କିଭଳି ନିୟନ୍ତ୍ରଣ କରିହେବ, ସବୁ ଅଫିସର୍, ପୋଲିସ୍ କାର୍ମଚାରି କାହାର କଣ ଡ୍ୟୁଟି ରହିଚି। କିଭଳି ନିର୍ଦେଶକୁ ମନିବେ ଏହି ମକଡ୍ରିଲ ଦ୍ବାରା ଏକ ସଠିକ୍ ସୁଚନା ଦେବ ବୋଲି ଏ ଡି ଜି ସଞ୍ଜୟ କୁମାର କହିଛନ୍ତି।