ପୋଲିସ ବାବୁଙ୍କ ଦାମୀ ଗାଡି ଚାଳନା ମହଙ୍ଗା ପଡ଼ିଲା

0

(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର):ଦିନକୁ ଦିନ ବଢିଚାଲିଛି ପୋଲିସ ବାବୁଙ୍କର ଦାମୀ ଗାଡ଼ି ଚଳାଇବା ସଉକ । ସେହି ଦାମୀ ଗାଡ଼ିରେ ବସି ଭୁଲିଯାଉଛନ୍ତି ସିନିୟର ଓ ଜୁନିୟରକୁ ।ଶେଷରେ ଏହାର ପରିଣାମ ଭୋକିବାକୁ ପଡ଼ୁଛି ପୋଲିସ ବାବୁଙ୍କୁ । କିଛିଦିନ ତଳେ ଏଭଳି କଥା ଶୁଣିବାକୁ ମିଳିଥିଲା କମିଶନରେଟ ପୋଲିସ ର କାଯ୍ୟାଳୟରେ । ଗତ କିଛିଦିନ ତଳେ କମିଶନରେଟ ପୋଲିସ ର ଏକ ଥାନାରେ ଜଣେ ଯୁବ ସବଇନ୍ସପେକ୍ଟର ଯୋଗ ଦେଇଥିଲେ । ଏକ ସମ୍ଭ୍ରାନ୍ତ ପରିବାର ରୁ ଆସିଥିବା ଏହି ସବ ଇନ୍ସପେକ୍ଟର ଜଣଙ୍କ ଥାନାରେ ଯୋଗ ଦେଉଦେଉ ହାର୍ଲେ ଡାଭିଡସନ ଦାମୀ ଗାଡି ଓ ଦାମୀ କାର ଆଣି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।କିନ୍ତୁ ଖୁବ କମ ଦିନ ରେ କଥା ଯାଇ ପହଞ୍ଚିଯାଇଥିଲା କମିଶନରେଟ ମୁଖ୍ୟାଳୟରେ । ଆଇପିଏସ୍ ଙ୍କ ଚାମ୍ବର ରୁ ଡ଼କରା ଆସିଥିଲା ଇନ୍ସପେକ୍ଟର ଜଣଙ୍କୁ । କଣ ପାଇଁ ଏତେ ରୋବାଵ ଦେଖାଇ ଦାମୀ ଗାଡି ଚଢୁଛ ବୋଲି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା । ତେବେ ଭଲରେ କଥା କହିବା ବଦଳରେ ଯୁବ ସବ ଇନ୍ସପେକ୍ଟର ଜଣଙ୍କ ବଡ଼ବାବୁଙ୍କୁ ମୁହେଁ ମୁହେଁ ଶୁଣାଇବା ସହ ଖୁବଶୀଘ୍ର ଏକ ବିଏମଡବ୍ଲୁ କାର ଆଣିବେ ବୋଲି କହିଥିଲେ । ଏହି ପଦେ କଥାରେ ଆଇପିଏସ ଙ୍କର ସମ୍ମାନରେ ଆଞ୍ଚ ଆସିଥିଲା । ତେଣୁ ୪୮ ଘଣ୍ଟା ମଧ୍ୟରେ ସବ ଇନ୍ସପେକ୍ଟର ଜଣଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଥିଲା । ଶେଷରେ ଦାମୀ ଗାଡି ଚଢ଼ିବାରୁ ଜିଲ୍ଳା ବାହାରକୁ ଯିବାକୁ ପଡିଛି ଜଣେ ସବ ଇନ୍ସପେକ୍ଟର ଙ୍କୁ ।