(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର):ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ଓଡ଼ିଶା ପୁଲିସ ଆସୋସିଏସନ୍ । ଗ୍ରେଡ ପେ’, ସରକାରୀ ଛୁଟି ଦିନରେ କାର୍ୟ୍ୟ ପାଇଁ ପ୍ରୋତ୍ସାହନ ରାଶି, ସ୍ୱାସ୍ଥ୍ୟ ବୀମା, ସ୍ଥାୟୀ ନିଯୁକ୍ତି, ତଦନ୍ତ ସମୟରେ ଅଧିକାରୀଙ୍କୁ ଖର୍ଚ୍ଚ ପ୍ରଦାନ ଭଳି ଦାବି ରଖିଛି ସଂଘ। ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ । ତେଣୁ ପୁଲିସ ଅଧିକାରୀଙ୍କ ଦାବି ପୂରଣ ନ ହେଲେ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ।
ଆସନ୍ତା ୩୦ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ପୁଲିସ ଅଧିକାରୀମାନେ ଆସନ୍ତା ୩୧ ତାରିଖରୁ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି ସଙ୍ଘ କହିଛି। ଏପରିକି ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ବେଳେ ମଧ୍ୟ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି କହିଛନ୍ତି ସଂଘର ସଭାପତି ସତ୍ୟଜିତ୍ ମିଶ୍ର।