ଭୁବନେଶ୍ୱରରୁ ଅପହରଣ ଶିଶୁପୁତ୍ର ଉଦ୍ଧାର ,ଅପହୃତ ପଛରେ ଥିଲା ବାପାଙ୍କ ହାତ

0

ଭୁବନେଶ୍ୱର : ଅପହୃତ ହୋଇଥିବା ଶିଶୁପୁତ୍ର ଭୁବନେଶ୍ୱରରେ ଉଦ୍ଧାର । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହି ଅପହରଣ କରିଥିଲା ଶିଶୁର ବାପା ଯାହାର ପର୍ଦ୍ଦାଫାଶ କରିଛି ପୋଲିସ । ବାପା ରଚିଥିଲା ଏହି ନାଟକ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଭୁବନେଶ୍ବର ପଟିଆ ଷ୍ଟେସନ ପାଖରୁ ହୋଇଥିଲା ଅପହରଣ। ମାଆ କୋଳରୁ ଛଡାଇ ନେଇଥିଲେ ଦୁର୍ବୃତ୍ତ। ଧଳା ରଙ୍ଗର କାରରେ ଆସି ଶିଶୁକୁ କିଡନାପ କରି ପଳାଇଯାଇଥିଲେ। ଏନେଇ ଅଭିଯୋଗ ପରେ ମାରାଥନ ସର୍ଚ୍ଚ ଆରମ୍ଭ କରିଥିଲା କମିଶନରେଟ ପୋଲିସ। ସବୁ ଛକରେ ବ୍ଲକିଂ କରାଯିବ ସହ ବିଭିନ୍ନ ଧଳା ଗାଡ଼ିର ଯାଞ୍ଚ କରାଯାଇଥିଲା। ଶେଷରେ ବିଳମ୍ବିତ ରାତିରେ କଟକରୁ ଉଦ୍ଧାର ହୋଇଥିଲା ଶିଶୁ। ପାରିବାରିକ କଳହରୁ ଅପହରଣ କରାଯାଇଥିବା ସୂଚନା ମିଳିଛି।