ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ମାଗିବା ଅଭିଯୋଗରେ ଜଣେ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ନୟାଗଡ ଜିଲ୍ଲା ଶରଣକୂଳ ପୋଲିସ ଷ୍ଟେସନରେ କାର୍ଯ୍ୟରତ ୨୦୧୭ ବ୍ୟାଚର ରାଜେଶ କୁମାର ଶ୍ରୀଚନ୍ଦନ ୪,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଧରାପଡ଼ିଛନ୍ତି ।
ସୂଚନା ଅନୁସାରେ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ । ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଶ୍ରୀଚନ୍ଦନ । ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ । ମହିଳା ଜଣକ ଅନ୍ୟ ଉପାୟ ନପାଇ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଶ୍ରୀଚନ୍ଦନ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥଲା ଏବଂ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଉଦ୍ଧାର ସହ ଜବତ କରିଥିଲା ।
ଶ୍ରୀଚନ୍ଦନଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୦୭/୨୦୨୫ ନାମକ ଏକ ମାମଲା ରୁଜୁ ବା ପରେ, ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ଦୁଇଟି ସ୍ଥାନରେ ଏକକାଳୀନ ରେଡ କରିଛି ।