ଆଳୁ ପାଇଁ ଚାକିରିରୁ ନଲମ୍ବିତ ହେଲେ ପୋଲିସ ବାବୁ । ୫ କେଜି ଆଳୁ ଲାଞ୍ଚ ମାଗି ଚାକିରିକୁ ବିପଦରେ ପକାଇଛନ୍ତି ଜଣେ ପୋଲିସ୍ ସବ ଇନସପେକ୍ଟର। ଉତ୍ତର ପ୍ରଦେଶର କନୌଜରେ ଏପରି ଘଟଣା ଘଟିଛି । ସେ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପୋଲିସ୍ ବିଭାଗ ଏହାର ତଦନ୍ତ କରୁଛି।
ସୂଚନା ଅନୁସାରେ ଲାଞ୍ଚ କାରବାର ପାଇଁ ଆଳୁ ଥିଲା କୋଡ ୱାର୍ଡ । ଗୋଟିଏ ମାମଲାର ରଫାଦଫା କରିବା ପାଇଁ ନିଲମ୍ବିତ ପୋଲିସ୍ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଅଡିଓରେ ଦ୍ୱିତୀୟ ବ୍ୟକ୍ତି ୨ କିଲୋଗ୍ରାମ ଆଳୁ ଦେବାକୁ ରାଜି ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ରାମ କ୍ରିପାଲ ଏଥିରେ ରାଜି ହୋଇ ନ ଥିଲେ। ଏହା ପରେ ରାମ କ୍ରିପାଲ ୩ କିଲୋଗ୍ରାମ ଆଳୁରେ ମାମଲା ରଫାଦଫା କରିବାକୁ ରାଜି ହୋଇଥିଲେ। ରାମ କ୍ରିପାଲଙ୍କୁ ନିଲମ୍ବନ କରାଯିବା ପରେ ଘଟଣାର ତଦନ୍ତ ଚାଲିଛି। ରାମ କ୍ରିପାଲ ଆଳୁ ସହିତ ଅନ୍ୟ କିଛି ଲାଞ୍ଚ ନେଇଥିବାର ମଧ୍ୟ ପ୍ରମାଣ ମିଳିପାରେ ବୋଲି ପୋଲିସ୍ ବିଭାଗ କହିଛି।