ସ୍ତ୍ରୀଙ୍କ ହତ୍ୟା ଘଟଣାରେ ସ୍ୱାମୀ ସାମିଲ ଥିବା ପୋଲିସର ସନ୍ଦେହ

0

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କୁଛି ପୋଲିସ ।  ସ୍ତ୍ରୀଙ୍କ ହତ୍ୟା ଘଟଣାରେ  ସ୍ୱାମୀ ସାମିଲ ଥିବା  ପୋଲିସ ସନ୍ଦେହ କରୁଛି ।  ମୃତ ମହିଳାଙ୍କ ସ୍ୱାମୀକୁ  ପୋଲିସ ଅଟକ ରଖିଛି ।  ଏଥିସହ ଜଣେ ପୋଲିସ କର୍ମଚାରୀ ଓ ଅନ୍ୟ ୨ ଜଣଙ୍କୁ  ପୋଲିସ ଅଟକ ରଖି ଛାନଭିନ କରୁଛି । ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଲୁଟ୍ ଉଦ୍ୟମ ବେଳେ ଚିତ୍କାର କରିବାରୁ ଗୁଳି କରିଥିଲେ । ବିଳମ୍ବିତ ରାତିରେ କବାଟ ବାଡେଇଥିଲେ ଦୁଇ ଲୁଟେରା । ମହିଳା ସାତ ମାସର ଗର୍ଭବତୀ ଥିଲେ ।