ଭୁବନେଶ୍ୱର/ସରୋଜ ରାଉତ: ପଟିଆ ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ୨ ଲୁଟେରାଙ୍କୁ ୩ ଦିନିଆ ରିମାଣ୍ଡରେ ଅଣିବ କମିଶନରେଟ ପୁଲିସ । ଏହି ଲୁଟେରାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୁଲିସର ଏକ ଦଳ ଭାଇଜାଗ ଯାଇଛି । କମିଶନରେଟ ପୁଲିସ ଏହି ଅପରାଧିଙ୍କୁ ଧରିବାକୁ ବିଫଳ ହୋଇଥିବା ବେଳେ ଭାଇଜାଗ ପୁଲିସ ଏମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଦୁଇ ଲୁଟେରା ହେଲେ ପଞ୍ଜାବର ସମରଜୋତି ସିଂ ଓ କେରଳର ଜାଫର ସୟିଦ ।
ଗତ ଅକ୍ଟୋବର ୫ ତାରିଖରେ ବାଙ୍ଗାଲୁରୁରୁ ଦୁଇ ଲୁଟେରା ଟ୍ରେନରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଓ ପବିତ୍ର ରୟାଲ ହୋଟେଲରେ ରହିଥିଲେ । ନେଟରୁ ପଟିଆ ଏଟିଏମ ସମ୍ପର୍କରେ ସବିଶେଷ ସୂଚନା ସଂଗ୍ରହ କରିଥିଲେ । ଲୁଟ ପୂର୍ବରୁ ଉଭୟ ଏକାଧିକ ଥର ମଧ୍ୟ ଏଟିଏମକୁ ଯାଇଥିଲେ । ଅକ୍ଟୋବର ୯ ତାରିଖ ରାତିରେ ଏକ ଗ୍ୟାସ କଟର ସାହାଯ୍ୟରେ ଏଟିଏମ ଭାଙ୍ଗି ୨୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ତା ପର ଦିନ ଅର୍ଥାତ୍ ୧୦ ତାରିଖରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଖସିଯାଇଥିଲେ । ଦିଲ୍ଲୀରୁ ଚଣ୍ଡିଗଡ, ବେଙ୍ଗାଲୁରୁ ହୋଇ ଭାଇଜାଗ ଆସିଥିଲେ । ସେଠାରେ ଏକ ଏଟିଏମ ଲୁଟ କରିବା ସମୟରେ ପୁଲିସ ଏମାନଙ୍କୁ କାବୁ କରି ନେଇଥିଲା । ପୁଲିସ ଜେରା ସମୟରେ ଏମାନଙ୍କଠାରୁ ଭୁବନେଶ୍ୱର ଏଟିଏମ ଲୁଟ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ କମିଶନରେଟ ପୁଲିସକୁ ସୂଚନା ଦିଆଯାଇଥିଲା ।
SR