ଝାରସୁଗୁଡା ଉପ ନିର୍ବାଚନ ମତଦାନ

ସକାଳ ୯ ସୁଦ୍ଧା ସୁଦ୍ଧା ଝାରସୁଗୁଡ଼ାରେ ୯.୭୫ ପ୍ରତିଶତ ମତଦାନ

0

ଝାରସୁଗୁଡା:ଭେଟ ଦେଉଛନ୍ତି ଝାରସୁଗୁଡ଼ା ବାସି । ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି । ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ।

ସକାଳୁ ଭୋଟର ମାନନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରାଯାଇଛି ।। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦ ହଜାର ୩୨୦ ପୁରୁଷ ଭୋଟର ରହିଥିବାବେଳେ ମହିଳା ଭୋଟର ଅଛନ୍ତି ୧ ଲକ୍ଷ ୧୦ ହଜାର ୬୮୭ ଏବଂ ୬୩ ଜଣ ଟ୍ରାନସଜେଣ୍ଡର ଭୋଟର ଅଛନ୍ତି।। ପ୍ରତ୍ୟେକ ବୁଥରେ ଶୃଙ୍ଖଳାର ସହିତ ଭୋଟରମାନେ ମତଦାନ କରିବାରେ ଲାଗିଛନ୍ତି। ବଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି।ମୋଟ୍ ୨୫୩ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମ(୯୬ଜଣ ପୁଲିଂ ଅଫିସର)କୁ ରିଜର୍ଭ ରଖାଯାଇଛି।ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ୨୫୩ଟି ବୁଥ୍ କରାଯାଇଥିବା ବେଳେ ପ୍ରଥମଥର ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।
୬ କମ୍ପାନୀ ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ସହ ଓଡ଼ିଶା ପୁଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ରହିବେ। ୧୫୦ରୁ ଅଧିକ ହୋମଗାର୍ଡ, ୩୦୦ କନେଷ୍ଟବଳ, ୧୦୦ରୁ ଅଧିକ ବଛା ବଛା ଅଫିସର ୧୪୪ ବୁଥରେ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି। ୨୫ଟି ମୋବାଇଲ ସ୍କ୍ୱାର୍ଡରେ ଜଣେ ଅଫିସର ଏବଂ ପାରାମିଲିଟାରୀ ଫୋର୍ସ ରହିବେ। ସେମାନଙ୍କୁ ସୁପରଭିଜନ କରିବା ପାଇଁ ୧୫ଟି ସେକ୍ଟର ପାର୍ଟି ଗଠନ କରାଯାଇଛି। ପ୍ରତି ଟିମ୍କୁ ଜଣେ ଜଣେ ଆଇଆଇସି ନେତୃତ୍ୱ ନେବେ।