ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡରେ ଉଡିଲା ପଲିଥିନ୍ ଆଉ ପ୍ଲାଷ୍ଟିକ ସିଟ୍, ହେଲିକପ୍ଟର ନ ଓହ୍ଲାଇ ଚାଲିଗଲା, ଭାଇରାଲ ହେଲା ଭିଡିଓ

0

ଭୁବନେଶ୍ୱର:ହେଲିକପ୍ଟର ହେଉ କି ଉଡାଜାହାଜ, ଏହାର ଅବତରଣ ବା ଲ୍ୟାଣ୍ଡିଂ ସବୁଠାରୁ ଅଧିକି ଗୁରୁତ୍ୱପୂର୍ଣ୍ଣ । କାରଣ ସାମାନ୍ୟ ତ୍ରୁଟି ନେଇପାରେ ଏକାଧିକ ଅମୂଲ୍ୟ ଜୀବନ । ଏପରି ଏକ ଅଘଟଣ ଆଜି ଘଟିଛି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପାଙ୍କ ସହିତ । ସେ ହେଲିକପ୍ଟରରେ କର୍ଣ୍ଣାଟକର କଲାବୁରାଗି ଅଂଚଳକୁ ଗସ୍ତରେ ଯାଇଥିଲେ । ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା । ସେଠାରେ ସୁରକ୍ଷା କର୍ମୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ବିମାନ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ ଏକ ବଡ ଧରଣର ଦୁର୍ଘଟଣାରୁ ବଂଚି ଯାଇଛନ୍ତି ୟେଦୁରପା ଆଉ ତାଙ୍କ ସହଯୋଗୀମାନେ । ହେଲିକପ୍ଟର ହେଲିପ୍ୟାଡରେ ଅବତରଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ୟାଡ ଚାରିପଟେ ଥିବା ଛୋଟ ବଡ ପଲିଥିନ୍ ଆଉ ପିଲଥିନ୍ ସିଟ ସହ ପ୍ଲାଷ୍ଟିକ୍ ଡ୍ରମ ହେଲିକପ୍ଟରର ପ୍ରଚଣ୍ଡ ପବନରେ ଉଡିବାକୁ ଆରମ୍ଭ କରିଥିଲା । ଫଳରେ ଏହି ସବୁ ପଲିଥିନ୍ ଓ ସିଟ୍ ହେଲିକପ୍ଟରର ପଙ୍ଖା ବା ବ୍ଲେଡ ସହ ଇଂଜିନରେ ଲାଗିଯିବାର ସମ୍ଭାବନା ଥିଲା । ଏମିତି ହୋଥିଲେ ହେଲିକପ୍ଟର ବଡ ଧରଣର ଦୁର୍ଘଟଣାର ସମ୍ମୁଖୀନ ହେବା ସହ କ୍ରାସ୍ କିମ୍ବା ନିଆଁ ଲାଗି ଯିବାର ଆଶଙ୍କା ଥିଲା । ଏହା ଦେଖି ପାରି ପାଇଲଟ୍ ହେଲିକପ୍ଟର ଲ୍ୟାଣ୍ଡ ନ କରି ତୁରନ୍ତ ଟେକ୍ ଅଫ କରି ନେଇଥିଲେ । ଯାହାର ସଂପୂଣ୍ଣ ଭିଡଓ ମୋବାଇଲେରେ ରେକର୍ଡ ହୋଇଛି । ଏହା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଲି ଯାଇଥିଲା । ଏହି ହେଲିକପ୍ଟରରେ ବିଏସ ୟେଦୁରପ୍ପାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଥିଲେ । ପରେ ଅବଶ୍ୟ ସବୁ ପଲିଥନ୍ ଓ ପ୍ଲାଷ୍ଟିକ ଗ୍ରାଉଣ୍ଡରୁ ସଫା ହେବା ପରେ ହେଲିକପ୍ଟର ସେଫ୍ ଲ୍ୟାଣ୍ଡ କରିଥିଲା । ୟେଦୁରପ୍ପା କର୍ଣ୍ଣାଟକର ଚାରି ଚାରି ଥର ବିଜେପି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । ଏହା ସହ ନିଜ ନିର୍ବାଚନ ମଣ୍ଡଳୀରୁ ୮ ଥର ବିଜୟୀ ହୋଇଛନ୍ତି । ସେ ଏବେ ଜଣେ ସାଧାରଣ ବିଧାୟକ ଅଛନ୍ତି ।