(ଏସ.କେ ମହିନୁଲ ହକ୍): ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବାଲୁଗାଁ,ବାଣପୁର ଓ ଚିଲିକା ଅଂଚଳରେ ପଲିଥିନ ମୁକ୍ତ ଭାରତ ସ୍ଲୋଗାନ ସହ ସଚେତନା ଅଭିଯାନ କରାଯାଇଥିଲା । ଏକତା ପରିଷଦ ବାଣପୁର,ଚେତନା ତୃତୀୟଲିଙ୍ଗ ସାମାଜିକ ଅନଷ୍ଠାନ ଓ କଲ୍ୟାଣ ସ୍ବାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମ ରେ ଏକ ଶୋଭାଯାତ୍ରର ଆୟୋଜନ କରାଯାଇଥିଲା । ବାଲୁଗାଁ ଗାନ୍ଧୀ ଛକଠାରୁ ଆରମ୍ଭ କରି ସମଗ୍ର ବାଲୁଗାଁ ଅଂଚଳରେ ସଚେତନା ସୃଷ୍ଟିକରିବା ଉବ୍ଦେଶ୍ୟରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶେଷରେ ବାଲୁଗାଁ ଏନ.ଏ.ସି. ଅଫିସଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏହି ସଭାରେ ସମସ୍ତ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ବାଲୁଗାଁ ବାଣପୁର ଓ ଚିଲିକା ଅଂଚଳରୁ ପଲିଥିନ ମୁକ୍ତ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।
ଏହି ସଭାରେ ଏକତା ପରିଷଦ ମ୍ୟାନେଜିଂ ଟ୍ରଷ୍ଟି ସଂଧ୍ୟା ଦେବୀ, ତୃତୀୟଲିଙ୍ଗ ସାମାଜିକ ସଂଗଠନର ସୀମା ଓ ଚିନ୍ମୟୀ ବେହେରା ଗ୍ରାମିଣ ସେବାସଂଘର କ୍ରାନ୍ତିଲତା କର,ସ୍ୱାସ୍ଥ୍ୟ ସଂଗଠନର ରଙ୍କନାଥ ସେଠୀ ଏବଂ ସମାଜସେବୀ ଶ୍ରୀ ଶିବ ପ୍ରସାଦ ମିଶ୍ର କାଯ୍ୟକ୍ରମରେ ଉପସ୍ଥିତ ରହି କର୍ମକର୍ତାଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।