ଡାକଘରେ ୩ ଦିନ ହେଲା ଲିଙ୍କ ଫେଲ୍‌, ଗ୍ରାହକ ହନ୍ତସନ୍ତ…

0

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରଧାନ ଡାକଘର କାର୍ଯ୍ୟାଳୟରେ ୩ ଦିନ ହେଲା ଲିଙ୍କ୍ ଫେଲ୍ । ମାର୍ଚ୍ଚ ମାସ ସମସ୍ତେ ପୋଷ୍ଟ ଅଫିସରେ ନିଜର ଫିକ୍ସ ଡିପୋଜିଟ, ଉଠାଣ,ରେଜେଷ୍ଟ୍ରି , ସୁକନ୍ୟା ଯୋଜନା ଡିପୋଜିଟ,ଏବଂ ପୋଷ୍ଟାଲର ବିଭିନ୍ନ ସଂରକ୍ଷିତ ଡିପୋଛିଟ୍ ଆରଡ଼ି ଇତ୍ୟାଦି ଇଣ୍ଟରନେଟ ଫେଲ ଯୋଗୁଁ କରି ପାରୁ ନାହାନ୍ତି ।ଦୈନିକ ଶହ ଶହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗ୍ରାହକ ଆବାଳ ବୃଦ୍ଧ ବନିତା ପ୍ରବଳ ଗରମ ସତ୍ବେ ଆସି ନିଜ କାମ ନ କରି ପାରି ମନ ଦୁଃଖ ଓ ଅଶାନ୍ତିରେ ଫେରୁଛନ୍ତି । ବୁଢ଼ାବୁଢ଼ୀ,ବିଧବା,ଅସହାୟ ଲୋକେ ନାହିଁ ନ ଥିବା ହଇରାଣ ହରକତ ହୋଇ ମୁହଁ ଶୁଖାଇ ଫେରୁଛନ୍ତି । ସାଧାରଣତଃ ଡାକଘର ଉପରେ ଗ୍ରାମାଞ୍ଚଳ ଲୋକେ ବେଶି ନିର୍ଭରଶୀଳ ।ପୋଷ୍ଟ ଅଫିସର ଅଧିକାରୀଙ୍କୁ ପଚାରିଲେ କୁହନ୍ତି ଲିଙ୍କ୍ ଆସିଲେ ଆମେ ଆପଣଙ୍କର କାମ କରିଦେବୁ । କେନ୍ଦ୍ରୀୟ କାର‌୍ୟ୍ୟାଳୟରେ ଯଦି ଏଭଳି ଅବ୍ୟବସ୍ଥା ହୁଏ ତାହାହେଲେ ଲୋକେ କ’ଣ ଣ କରିବେ ? ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।