(ଆଦର୍ଶ ରାଉତ): ଗତ ୧ ତାରିଖ ରେ ରାଜଧାନୀରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗିପୁର ପେଟ୍ରୋଲପମ୍ପ ନିକଟ ହନୁମାନ ମନ୍ଦିରଠାରେ ଟାଟା ସେଫାରୀ କାର୍ ଭିତରୁ ମହିଳାଙ୍କ ମୃତଦେହ ଠାବ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ କାର୍ ଭିତରୁ ମହିଳାଙ୍କ ମୃତଦେହକୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇôଥିଲା ।
ଆଜି ତାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି , ରିପୋର୍ଟରେ ଉଲ୍ଲେଖ ଅଛି ଯେ ତାଙ୍କ ମସ୍ତିଷ୍କ ରେ ଗଭୀରଭାବେ ଆଘାତ ହେବାରୁ ତାଙ୍କର ମୃତ୍ୟ ହେଇଛି । ସେଇଦିନ ଠାରୁ ତାଙ୍କ ସ୍ୱାମି ସଂଗ୍ରାମ ଆଇଚି ଫେରାର ଅଛନ୍ତି ସେ ଧରାପଡିଲେ ଯାଇ ପ୍ରକୃତ ସତ୍ୟ ସାମ୍ମନାକୁ ଆସିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।