କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଦିଲ୍ଲୀ ସରକାରଙ୍କ ଅଧିକାର : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ମାମଲାରେ ଦିଲ୍ଲୀ ସରକାରଙ୍କୁ ବଡ଼ ବିଜୟ ମିଳିଛି । ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର । ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିାରପତିଙ୍କ ଖଣ୍ଡପୀଠ କହିଛନ୍ତି । ସବୁ ପ୍ରସଙ୍ଗରେ କେନ୍ଦ୍ରର ଦଖଲ ଯୋଗୁ ରାଜ୍ୟର କାର୍ୟ୍ୟ ପ୍ରଭାବିତ ହେଉଛି । ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ହେବ । ହେଲେ ପୋଲିସ, ସରକାରୀ ନିର୍ଦ୍ଦେଶନାମା ଓ ଜମି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ ।