ନିର୍ମାଣଧୀନ ବିଦ୍ୟୁତ ଟାୱାର ପଡି ୫ ଶ୍ରମିକ ଗୁରୁତର

0

ଝାରସୁଗୁଡା : ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଘଟିଲା ଦୁର୍ଘଟଣା । ନିର୍ମାଣଧୀନ ବିଦ୍ୟୁତ ଟାୱାର ପଡି ୫ଗୁରୁତର । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୁଲପାଲି-ପିପିଲିକାନୀ ମଧ୍ୟରେ ଏକ ନିର୍ମାଣାଧୀନ ବିଦ୍ୟୁତ ଟାୱାର ଭାଙ୍ଗି ଯିବାରୁ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଟାୱାର ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡିବା ଯୋଗୁଁ ୫ଜଣ ଗୁରୁତର ଆହତ ହୋଇଛନ୍ତି ।  ଆହତ ମାନଂକୁ ବେଲପାହାଡ ସ୍ଥିତ TRL କ୍ରୋସାକି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି କରାଯାଇ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।