(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ମରାମତି କାର୍ୟ୍ୟ ଚାଲିଥିବାରୁ ଆଜି ଏବଂ ସୋମବାର ୨୩ ଓ ମଙ୍ଗଳବାର ୨୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଭୁବନେଶ୍ୱର ସହରାଞ୍ଚଳର ମାଳିସାହି, ଜନପଥରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା, ବିଡିଏ କଲୋନି, ରେଳ ବିହାର, ନାବାର୍ଡ, ୟୁନିଟ୍-୫ ଅଞ୍ଚଳ, ଏଚ୍ଓଡି, ସର୍କିଟ ହାଉସ, ନିର୍ମାଣ ସୌଧରେ ସକାଳ ୮ଟାରୁ ଅପରାହ୍ନ ୧ଟା, କଟକ ସହରାଞ୍ଚଳର ଖପୁରିଆରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା, କଟକ ଗ୍ରାମାଞ୍ଚଳର ଖୁଣ୍ଟୁଣି, ନାରଙ୍ଗବସ୍ତା, ନୂଆପାଟଣାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା, ଚାରବାଟିଆ, ଚୌଦ୍ୱାର ଓ ଖୁଣ୍ଟୁଣିରେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା, ଢେଙ୍କାନାଳ ଓ ଦେଉଳସାହିରେ ସକାଳ ୯ଟାରୁ ଅପରାହ୍ନ ୩ଟା, ପୁରୀ ଭାରତୀପୁର, ଡେଲାଙ୍ଗ, ପିପିଲିରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ବିଦ୍ୟୁତ କାଟ ହେବ ।
୨୩ ତାରିଖରେ ଭୁବନେଶ୍ୱର ସହରାଞ୍ଚଳର ବାରଙ୍ଗ, ରଘୁନାଥପୁର, ମାରୁତୀ ରେସିଡେନ୍ସି, ନନ୍ଦନକାନନ, ଜିଡିଏସ୍ ଟାୱାର, ମାନସିଅନ, ତାରିଣୀ ବିହାରରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, କଟକ ସହରାଞ୍ଚଳର କେଶପୁର, ବିଦ୍ୟାଧରପୁର, ଓଏସ୍ଏପି, ଅପାଣିଆରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ଢେଙ୍କାନାଳରେ ସକାଳ ସେକ୍ସନ ଏରିଆରେ ୯ଟାରୁ ଅପରାହ୍ନ ୩ଟା, କପିଳାସ, ମନ୍ଦର, ଗନ୍ଦିଆ, ଜୋରନ୍ଦା, କରମୂଳ, ନିହାଲପ୍ରସାଦ, ଘାଟିପୁରରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା, ୨୪ତାରିଖରେ କଟକ ସହରାଞ୍ଚଳର ଶିଖରପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା, ଢେଙ୍କାନାଳ ନଂ-୨ ସେକ୍ସନ ଏରିଆରରେ ସକାଳ ୯ଟାରୁ ଅପରାହ୍ନ ୩ଟା, ଘାଟିପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।