ଭାରତର ଦାମୀ ଅଭିନେତା,‘ସାହୋ’ ପାଇଁ ୧୦୦ କୋଟି

0

(ପ୍ରିୟଦର୍ଶନୀ ସ୍ୱାଇଁ): ଅଗଷ୍ଟ ୩୦ରେ ରିଲିଜ ହେବ ଫିଲ୍ମ ‘ସାହୋ’ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମର କିଛି ଗୀତ ଦେଖି ପୁରା ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ସବୂଠାରୁ ଅଧିକ ଚର୍ଚ୍ଚା ହେବାରେ ଲାଗିଛି ପ୍ରଭାସଙ୍କୁ ‘ସାହୋ’ ପାଇଁ ମିଳିଥିବା ଟଙ୍କାରୁ ନେଇ । ‘ସାହୋ’ ଫିଲ୍ମ ପାଇଁ ପ୍ରଭାସ ୧୦୦ କୋଟି ନେଇ ଭାରତର ସବୁଠାରୁ ଦାମୀ ଅଭିନେତା ପାଲଟି ଯାଇଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।
ପୂର୍ବରୁ ‘ସାହୋ’ ଅଗଷ୍ଟ୧୫ରେ ରିଲିଜ ହେବାକୁ ଥିବା ବେଳେ ଏବେ ଏହି ରିଲିଜକୁ ଅଗଷ୍ଟ ୩୦କୁ ଘୁଞ୍ଚାଇ ଦିଆଯାଇଛି । ଏହି ଫିଲ୍ମରେ ମନ୍ଦିରାବେଦୀ, ନୀଲ ନିତିନ ମୁକେଶ, ଜୈକି ଶ୍ରାଫ, ଚଙ୍କି ପାଣ୍ଡେ ଅଭିନୟ କରିଛନ୍ତି ।