ଚାକିରି ଦବା ନାଁରେ ଟଙ୍କା ଠକେଇ ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ

0

ଭୁବନେଶ୍ୱର: ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ସାଂସଦ ପ୍ରଦୀପ ପାଣିଗ୍ରାହୀ । ସାଂସଦ ପ୍ରଦୀପ ପାଣିଗ୍ରାହୀ ୨ଟି ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି । ଚାକିରି ଦବା ନାଁରେ ଟଙ୍କା ଠକେଇ ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି । ଏହା ସହ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ । ତାଙ୍କ ସହ ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ସେପଟେ ରାୟ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ , କହିଛନ୍ତି ସତ୍ୟର ଜୟ ହୋଇଛି । “ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ’ ।