ପ୍ରଦୀପ ମାଝୀଙ୍କ ନାଁରେ ଏତଲା

0

(ମମତା ସାମଲ)ରିପୋର୍ଟସଟୁଡେ: ବଢିଲା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ପାଇଁ ଅଡୁଆ । ନିଆଁ ପାଇଁ ସମର୍ଥକଙ୍କୁ ଆହ୍ୱାନ ଦେଇ ଚର୍ଚ୍ଚାରେ ଥିବା ପ୍ରଦୀପ ମାଝିଙ୍କ ନାଁରେ ରୁଜୁ ହେଲା ମାମଲା । ନବରଙ୍ଗପୁର ପୋଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଛି । ତେବେ ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ଜଣଙ୍କ ନାଁରେ ଏତଲା ଦିଆଯାଇଛି । ଦଫା ୧୪୭,୩୪୧,୩୫୩,୨୮୩,୫୦୬,୪୩୫,୧୨୦(ଖ) ଏବଂ ୩ ପିଡିପିପି ଦଫାରେ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ନବରଙ୍ଗପୁରରେ ବନ୍ଦ ପାଳନ ବେଳେ ସେ ନିଆଁ ଲଗାଇବାକୁ ପାଇଁ କହୁଥିବାବେଳେ କ୍ୟାମେରାରେ କଏଦ ହୋଇଥିଲା ଭିଡିଓ । ନିଜର ସୁରକ୍ଷା ଓ ହକ ପାଇଁ କଂଗ୍ରେସ ସୁବାସ ବୋଷଙ୍କ ନୀତି ଆପଣେଇବ ବୋଲି କହିଥିଲେ ନବରଙ୍ଗପୁରର ସାଂସଦ । ଗତ ୧୪ ତାରିଖରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଅଭିଯୋଗ ଘଟଣାରେ ଗତକାଲି କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା । ଏହି ସମୟରେ ପ୍ରଦୀପ ମାଝି ବିବାଦୀୟ ବୟାନ ଦେଇଥିଲେ । ଆଉ ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି ।