ପିପିଲି ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ମନ୍ତ୍ରୀ ମହାରଥୀ ଅତି ଲଜ୍ଜାଜନକ ଓ ସମ୍ବେଦନଶୀଳ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ପୀଡ଼ିତାକୁ ନ୍ୟାୟ ମିଳିଛି । ସତ୍ୟର ଜୟ ହୋଇଛି । ଏହା ପରେ ବିଭିନ୍ନ ଆଡ଼ୁ ଉଭୟ ମନ୍ତ୍ରୀ ଏବଂ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା ବାରମ୍ବାର ଆନ୍ଦୋଳନ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ । ଏପରିକି ଶନିବାର ବାରିପଦା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିପିଲି ପୀଡ଼ିତା ମାମଲାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ମଧ୍ୟ କହିଥିଲେ । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବିଷୟରେ ମହାରଥୀଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ଚର୍ଚ୍ଚା କରାଯାଉଛି । ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ପ୍ରଦୀପ ମହାରଥୀ । ତେବେ ଆଜି ସମାନ ପ୍ରସଙ୍ଗରେ ପୁଣି ଥରେ ମନ୍ତ୍ରୀ ପଦ ହରାଇଛନ୍ତି ମହାରଥୀ ।