ଶ୍ରମୀକ ସାମୁଖ୍ୟ ସଭାପତି ହେଲେ ପ୍ରଫୁଲ୍ଲ

0

ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ବିଜ୍ଞପ୍ତିରେ ଦର୍ଶାଯାଇଛି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ତୁରନ୍ତ ସେ ଏହି ଦାୟିତ୍ୱ ଗ୍ରହଣ କରିବା ସହିତ ଶ୍ରମୀକ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଦର୍ଶାଯାଇଛି । ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫୁଲ୍ଲ ସାମଲଙ୍କର ଏ ଦିଗରେ ଢେର ଅଭିଜ୍ଞତା ରହିଥିବାରୁ ଦଳ ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛି । ଆଗକୁ ଶ୍ରମିକ ମାନଙ୍କ ହକ୍ ପାଇଁ ବିଜୁ ଶ୍ରମିକ ସାମୁଖ୍ୟ ଶ୍ରୀ ସାମଲଙ୍କ ନେତୃତ୍ୱରେ ଅନେକ କିଛି ଉନ୍ନତ ମୂଳକ କାର୍ଯ୍ୟ କରିବ ବୋଲି ଆଶା ରଖାଯାଇଛି ।