ଆଜି ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମରେ ରାଉରକେଲାର ବ୍ରିଟାନିଆ କଲୋନୀ ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଲେ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ
ରାଉରକେଲା: ରଘୁନାଥପାଲ୍ଲୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆସ ଆମେ ବସ୍ତିକୁ ଯିବା ଅଭିଯାନରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦକ୍ଷିଣ ରାଉରକେଲାର ବ୍ରିଟାନିଆ କଲୋନୀ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ବସ୍ତି ବାସିନ୍ଦାଙ୍କଠାରୁ ଅବଗତ ହୋଇଥିଲେ । ଅତି ଦୁଃଖର ବିଷୟ ଏହି ବସ୍ତି ଅଞ୍ଚଳରେ ଅଧିକରୁ ଅଧିକ ବସବାସ କରୁଥିବା ବୁଢା, ବୁଢ଼ୀ, ବିଧବା, ଭିନ୍ନକ୍ଷମ ଯେଉଁ ମାନେ ସରକାରୀ ଯୋଜନା ଅନୁସାରେ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି ଏବଂ ବହୁତ ଘରେ ଅର୍ଥ ଅଭାବ ରୁ ରୋଗଗ୍ରସ୍ତ ହୋଇ ଚିକିତ୍ସାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ କିପରି ସରକାରୀ ସ୍ତରରେ ସାହାଯ୍ୟ କରିହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ।
ଅଞ୍ଚଳରେ ଏପରି ବେସାହାରା ବୁଢା ବୁଢ଼ୀ ଅଛନ୍ତି ନା କୌଣସି ସୁବିଧା ପାଇପାରୁଛନ୍ତି ନା କୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁଛନ୍ତି, ଏପରି ସ୍ତରରେ ସେମାନଙ୍କୁ କିପରି ସହାୟତା କରାଯାଇପାରିବା ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ବସ୍ତିବାସିନ୍ଦାଙ୍କ ମୁଖ୍ୟ ସମସ୍ୟା ରୋଡ଼ର ଅବସ୍ଥା ସ୍ୱଚନୀୟ ଏବଂ ଡ୍ରେନ ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପ୍ରଶାନ୍ତ ସେଠୀଙ୍କୁ ଅବଗତ କରାଇଥିଲେ । ଏହି ପ୍ରକାରର ସମସ୍ୟାକୁ ସରକାରୀ ସ୍ତରରେ ସମାଧାନ କରିବେ ବୋଲି ମଧ୍ୟ୍ ପ୍ରତିଶୃତି ଦେଇଥିଲେ ଜ୍ଝଆଜି ବସ୍ତି ଅଭିଯାନ କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଞ୍ଚଳର ରାଜେଶ ଟୋପୋ, କାଶୀ ବହାଦୁର ଥାପା, ସନ୍ତୋଷ ବହାଦୁର,ଅଜୟ ଜେନା ରଙ୍ଗବତୀ ଦେବି, ସୌରୀ ବାରିକ, ଭବେଶ ଦାସ ଭିକାରି ବାରିକସରୋଜ ନାୟକ ପ୍ରତାପ ପାଢ଼ୀ ଉପସ୍ଥିତ ଥିଲେ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।