ରାଜସ୍ୱ ଏବଂ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରମିଳା, ନାମାଙ୍କନ ଦାଖଲ ପୂର୍ବରୁ ପ୍ରମିଳା ନବୀନଙ୍କୁ ଭେଟିଲେ
ଭୁବନେଶ୍ୱର: ରାଜସ୍ୱ ଏବଂ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ | ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା । ଏହା ପରେ ୨୨ ତାରିଖ ସକାଳ ୯.୩୦ରେ ହେବ ବାଚସ୍ପତି ନିର୍ବାଚନ । ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା ।
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ । ଏଣୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରମିଳା | ନାମାଙ୍କନ ଦାଖଲ ପୂର୍ବରୁ ପ୍ରମିଳା ନବୀନଙ୍କୁ ଭେଟିଛନ୍ତି |
ସୂଚନାନୁଯାୟୀ, ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇଥିଲା । କିନ୍ତୁ ପରେ ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚାଯାଇଛି । ନୂଆ ନିଷ୍ପତି ଅନୁଯାୟୀ ୨୨ତାରିଖ ସକାଳ 9.30 ମିନିଟରେ ବାଚସ୍ପତି ନିର୍ବାଚନ ହେବ । ଏହା ସହଗ ବାଚସ୍ପତି ଦୌଡ଼ରେ ବରିଷ୍ଠ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ ଥିଲେ ।