(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲୋକସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସର୍ବକନିଷ୍ଠ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଡ଼ିଶାର ହକ୍ ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି । ଦୁଇ ଜଣଙ୍କୁ ବାଚସ୍ପତି ବିତର୍କରେ ଭାଗ ନେବାକୁ ସୁଯୋଗ ଦେବା ସହିତ ପ୍ରମିଳାଙ୍କୁ ଭୂରିଭୂରି ପ୍ରଂଶସା କରିଛନ୍ତି ।
ଞଙ୍ଗସଗ୍ଧଗ୍ଧରକ୍ସ ଇୟଗ୍ଦ ସଦ୍ଭଲକ୍ଟ ବଦ୍ଭୟ କ୍ଟ୍ରକ୍ସସଙ୍ଖବମଚ୍ଚ
ପ୍ରଥମ ଥର ଲାଗି ବିତର୍କରେ ଭାଗ ନେଇ ସାଂସଦ ପ୍ରମିଳା ବିଷୋୟୀ ପୁଣି ଥରେ ମହିଳାଙ୍କ ଅଧିକାର ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଥିବା ଦରମା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି ଓ ସହାୟିକାଙ୍କ ମାସିକ ଦରମା ୧୨ ହଜାର ଟଙ୍କା ପାଇଁ ଦାବି କରିଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସେ ଯେଉଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାକୁ ପ୍ରଶଂସା କରିଛନ୍ତି ବାଚସ୍ପତି । ସେହିପରି ୨୬ ବର୍ଷିୟା ଚନ୍ଦ୍ରାଣୀ ମୁର୍ମୁ ପ୍ରଥମ ଥର ଗୃହରେ ବିତର୍କରେ ଭାଗ ନେଇଛନ୍ତି । ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଗୃହରେ ଦାବି କରିଛନ୍ତି ।