ବନ୍ୟା ସ୍ଥିତିରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ

0

ଭୁବନେଶ୍ୱର/ ଶିଳାସ୍ମିତା ରାୟ: ସମ୍ପ୍ରତି ରାଜ୍ୟର ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ସହ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲାର ଯାଜପୁର, ବରୀ, ଦଶରଥପୁର ବ୍ଲକ ଅଧିକ ପ୍ରଭାବିତ ହୋଇଛି । ଲଗାଣ ବର୍ଷା କାରଣରୁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ରହିଛି । ଗୋଟିଏ ପଟେ ମହାମାରୀ କରୋନାର ସଂକ୍ରମଣ ଅନ୍ୟ ପଟେ ବର୍ଷା ଓ ବନ୍ୟା । ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ । ଲୋକଙ୍କ ସମସ୍ୟାକୁ ନେଇ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଗତ କିଛି ଦିନ ହେବ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବନ୍ୟା ସ୍ଥିତିର ସମୀକ୍ଷା ଓ ଲୋକଙ୍କ ସମସ୍ୟା ବୁଝୁଛନ୍ତି ।
ଗତକାଲି ବିଧାୟିକା ମଲ୍ଲିକ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ଦଶରଥପୁର ବ୍ଲକ ଦତ୍ତପୁର ଗସ୍ତ କରିଥିଲେ । ସେଠାରେ ସେ ସ୍ଥିତିର ଅନୁଧ୍ୟାନ କରିଥିଲେ । ଏଥିସହ ସେଠାରେ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସମୟରେ ବୈତରଣୀ ନଦୀ ବନ୍ଧରେ ଏକ ଘାଇ ସୃଷ୍ଟି ହୋଇ ନଦୀ ଜଳ ଅଞ୍ଚଳ ମଧ୍ୟରେ ପଶିଆସିଥିଲା । ବିଧାୟିକା ସେଠାରେ ଉପସ୍ଥିତ ରହି ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ । ସେହିପରି ବନ୍ୟା ପ୍ଲାବିତ ବିଞ୍ଜାରପୁର ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟାରେ ନଷ୍ଟ ହୋଇଥିବା ଚାଷୀଙ୍କ ସହ ଆଲୋଚନା କରି ବନ୍ୟା ପରେ ସରକାର ସହାୟତା ରାଶି ଯୋଗାଇଦେବା କ୍ଷେତ୍ରରେ ସେ ପଦକ୍ଷେପ ନେବେ ବୋଲି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ । ସେହିପରି ଆଜି ବିଂଝାରପୁର ବ୍ଲକ ଜରିପଞ୍ଚାୟତ ନାଉବାଙ୍କ ଅଂଚଳରେ ଖାରସ୍ରୋତା ନଦୀବନ୍ଧରେ ଏକ ଘାଇ ସୃଷ୍ଟି ହୋଇଅଛି । ସଂପୂର୍ଣ୍ଣ ଅଂଚଳ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଅଛି । ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଅସୁବିଧା ସଂପର୍କରେ ମଲିକ ତାଙ୍କ ପ୍ରତିନିଧିଙ୍କଠାରୁ ଅବଗତ ହେବା ସହ ପ୍ରଶାସନିକ ଅଧିକାରୀ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ବିଧାୟିକା ବନ୍ୟା ସ୍ଥିତିରେ ପ୍ରତି ମୁହୂର୍ତ୍ତରେ ଲୋକଙ୍କ ସହ ରହିଛନ୍ତି । କାହାରି କୌଣସି ଅସୁବିଧା ହେଲେ ତୁରନ୍ତ ନିର୍ଭୟରେ ତାଙ୍କୁ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ବିଧାୟିକାଙ୍କୁ ନିଜ ଅସୁବିଧା ସମୟରେ ନିକଟରେ ପାଇ ଲୋକଙ୍କ ମଧ୍ୟରେ ମଧ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି ।