ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଲେ ପ୍ରଣବ

ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହେଲା ।

0

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍ କରି ପୁଣି ଭିଡିଓ ପଠାଇ କହିଲେ,ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ୟ୍ୟ ଜଣେ ହତ୍ୟା ଅଭିଯୁକ୍ତ ।ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହେଲା ।

 

ନବଦାସ ହତ୍ୟା ମାମଲା ସହ ରାଜ୍ୟରେ ଆଇନ ଶୃଙ୍କଳା ବିଗିଡି ଯାଇଥିବା ନେଇ କିଛି ଦିନ ପୂର୍ବରୁ ବିଜେପି ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନ ମାନଙ୍କରେ ବିକ୍ଷୋପ ପ୍ରଦର୍ଶନ କରିଥିବା ବେଳେ ଲୋୟର ପିଏମଜି ଠାରେ ଦଳ ପକ୍ଷରୁ ବିକ୍ଷୋପ ପ୍ରଦର୍ସନ ବେଳେ ପୋଲିସ ଉପରକୁ କେତେକ ବିଜେପି କର୍ମୀ ମାନେ ଆକ୍ରମଣ କରିଥିଲେ । ଏଥିରେ ଭାରତୀୟ ଯୁବମୋର୍ଚ୍ଚା ଜନତା ଦଳର ସଭାପତି ଈରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଥିଲା । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗିରଫରୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ପାଲଟାରେ ତାଙ୍କ କଟାକ୍ଷରେ ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ଯେ ଈରାଶିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ରାଜଧାନୀରେ ବିକ୍ଷୋପ ନାଁରେ ତାଙ୍କ ନେତୃତ୍ୱରେ ଅନେକ ପୋଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଟ୍ୱିଟ୍ କରି କଟାକ୍ଷର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।