(ରିପୋର୍ଟସ ଟୁଡ଼େ/ଦିଲ୍ଲୀ):ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଘୋଷଣା ହେଇଛି । ଭାରତର ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଡକ୍ଚର ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମରୋଣତ୍ତର ଭାବରେ ନାନାଜୀ ଦେଶମୁଖ ଓ ଭୁପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାକାଲି ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ଏହି ୩ ବିଶିଷ୍ଟ ବ୍ୟକ୍ତି । ନାନାଜୀ ଦେଶମୁଖ ସମାଜସେବାରେ ନିଜକୁ ସମର୍ପିତ କରିଥିଲେ। ଗ୍ରାମୀଣ ବିକାଶରେ ତାଙ୍କ ଅବଦାନକୁ ଆଜି ବି ମନେ ପକାଉଛନ୍ତି ଦେଶବାସୀ। ସେହିପରି ବିଶିଷ୍ଟ କଣ୍ଠଶିଳ୍ପୀ ଭୂପେନ ହଜାରିକା ଲୋକ ସଙ୍ଗୀତ ମାଧ୍ୟମରେ ନିଜକୁ ଅମର କରି ରଖିଛନ୍ତି। ସେହିପରି ରାଷ୍ଟ୍ରପତି ହେବା ପୂର୍ବରୁ ୫ ଦଶନ୍ଧି ଧରି କଂଗ୍ରେସ ନେତା ଭାବରେ କାମ କରିଥିଲେ ପ୍ରଣବ ମୁଖାର୍ଜୀ ଓ ବିନା ସ୍ୱାର୍ଥରେ ଦେଶର ସେବା କରିଛନ୍ତି । ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ମିଳିବ ତେଣୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।