ରିପୋର୍ଟସ ଟୁଡେ ପ୍ରଭାବ, ଚେତିଲା ପ୍ରଶାସନ

0

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ମକରଝୋଳ ପଂଚାୟତ ପଲ୍ଲୀପନ୍ମନାଭପୁର ମଶାଣିଆ ଘାଇ ନିକଟସ୍ଥ ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଣ ସକାଶେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ଼ ୱାଲ ଗତ ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ଜଳରେ ଭାଙ୍ଗି ଭୁଷୁଡ଼ି ପଡ଼ିଥିଲା । ଏ ନେଇ ରିପୋର୍ଟସ ଟୁଡେରେ ଖବର ପ୍ରସାରଣ କରଯାଇଥିଲା ନିର୍ମାଣର ୨ ମାସ ନୁପୁରୁଣୁ କେନାଳ ଗାର୍ଡ଼ ୱାଲ ଭାଙ୍ଗିଥିବା ଖବର ଦିଆ ଯାଇଥିଲା ପରେ ଚେତିଛି ପ୍ରଶାସନ । ଶନିବାର ସକାଳେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ. ଜାମିନିକାନ୍ତ ଦାସ ଘଟଣା ସ୍ଥଳରେ ପଂହଚି କେନାଳ ନିର୍ମାଣ କାର୍ୟ୍ୟ ବୁଲି ଦେଖିଥିଲେ । ନିର୍ମାଣ କାର୍ୟ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।

ପୁନଃ ନିର୍ମାଣ କାର୍ଯ୍ୟ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ କୋଡ଼୍ ଅନୁଯାୟୀ କରିବା , କେନାଳ ମରାମତି କାର୍ୟ୍ୟ ଶୀଘ୍ର ଶେଷ କରିବା ଓ କେନାଳ ନିର୍ମାଣ କାର୍ୟ୍ୟରେ କିଛିଟା ପରିବର୍ତନ କରିବା ଲାଗି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମାଚରଣ ସେଠିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖବର ପ୍ରକାଶନ ପରେ ପ୍ରଶାସନର ଚେତା ପଶିବା ସହିତ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖି ବାକୁ ମିଳିଛି ଏହି ସମୟରେ ଚାଷୀ ଶରତ ଚନ୍ଦ୍ର ପଟ୍ଟନାୟକ ,ବାଂଛାନିଧି ଗଉଡ଼, ଦିବାକର ଗଉଡ଼, ନାର୍ସୁ ଗଉଡ଼, ରୁଷିଆ ଗଉଡ଼ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହି ବିଷୟରେ ଅବଗତ କରିଥିଲେ ଏହି ଭୁଲ ପୁଣି ଥରେ ହୁଏ ଆଗାମୀ ଦିନରେ ବହୁତ ବଡ଼ ଧରଣର ସମସ୍ୟା ଉପୁଜୀବ ବୋଲି କହିଛନ୍ତି ।