କୋର୍ଟରେ ହାଜର ହେଲେ ପ୍ରଶାନ୍ତ ଜଗଦ୍ଦେବ

0

ଭୁବନେଶ୍ୱର : ଆଜି ପ୍ରଶାନ୍ତ ଜଗଦ୍ଦେବ କୋର୍ଟରେ ହଜାର ହୋଇଛନ୍ତି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଚିଲିକା ଏଡିଜି କୋର୍ଟରେ ହାଜର ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ କୋର୍ଟ ତାଙ୍କର ଆଗୁଆ ଜାମିନକୁ ଖାରଜ କରିଥିଲେ । ବାଲୁଗାଁ ଥାନାରେ ଆପିସିର ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ସହିତ ଏସସି ଆଣ୍ଡ ଏସଟି ଆଇନର ଧାରା ୩(୧)(ଆର)(ଏସ)ରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ କୋଟରେ ହାଜର ହେବା ସହ ଜାମିନ ଆବେଦନ କରିଛନ୍ତି ।
ବାଲୁଗାଁ ଏନ୍ଏସି କାର୍ୟ୍ୟାଳୟ ପରିସରରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣା ପରେ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ତାଙ୍କ ବିରୋଧରେ ବାଲୁଗାଁ ଥାନାରେ ଏତଲା ରୁଜୁ କରାଯିବା ପରେ ଶ୍ରୀ ଜଗଦ୍ଦେବ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।