ଭୁବନେଶ୍ୱର: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳିରେ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଚାଲିଥିବା ଭୋଟ ଗଣତିରେ ଫଳାଫଳ ସାମ୍ନାକୁ ଆସିଛି । ପ୍ରତିଦ୍ୱୋନ୍ଦି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ୮ ହଜାରରୁ ଅଧିକ ଭୋଟରେ ହରାଇଲେ ପ୍ରଶାନ୍ତ ଜଗଦ୍ଦେବ ।
ସୂଚନା ଅନୁଯାୟୀ, ବୁଥ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଅଛନ୍ତି । ନିକଟରେ ସେ ଜାମିନ ଆବେଦନ କରିଥିଲେ କିନ୍ତୁ ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଜଗଦ୍ଦେବଙ୍କ ଜାମିନ ଖାରଜ କରିଥିଲେ ।