ଚିଲିକା : ଆଜି ପୁଣି ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଧାୟକଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦବାରୁ ୨୭/୦୪ରେ ମାନ୍ୟବର ଉଚ୍ଚ ନ୍ୟାଳୟଙ୍କ ନିର୍ଦ୍ଦେଶକ୍ରମେ ୭ଦିନ ପାଇଁ ଅନ୍ତରୀଣ ଜାମିନ୍ ରେ ବାହାରକୁ ବାହାରିଥିଲେ। ୭ଦିନ ସମାପ୍ତ ପରେ ପୁଣି ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦବାରୁ ଖୋର୍ଦ୍ଧା ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କ ତତ୍ଵାବଧାନରେ ଏକ ପାଞ୍ଚଜଣିଆ ଟିମ୍ ଗଠନ କରି ବିଧାୟକଙ୍କ ସ୍ଵାସ୍ଥ୍ୟବସ୍ଥାର ଦେଖାରଖା କରିଥିଲେ ।
ଏହାପରେ ୨୦/୦୫ରେ ମାନ୍ୟବର ଉଚ୍ଚ ନ୍ୟାଳୟ କଡାକଡିଭାବେ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଣପୁର କୋର୍ଟରେ ନିଜେ ଆତ୍ମ ସମର୍ପଣ କରିବାକୁ। ଏହି ପରିପ୍ରେକ୍ଷୀରେ ଆଜି ବିଧାୟକ ପ୍ରଶାନ୍ତ ଜଗଦେବ ଆଇନିକୁ ସମ୍ମାନ ଦେଇ ଆସିଥିଲେ ଏବଂ ଶୁଣାଣିପରେ କୋର୍ଟଭ୍ୟାନରେ ବାଣପୁର କୋର୍ଟରୁ ଜେଲ୍କୁ ଯାଇଛନ୍ତି।