ଭାରତର ନମ୍ବର- ୧ ମନ୍ତ୍ରୀ ପ୍ରତାପ ଜେନା

0

(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେ ଏବେ ଭାରତର ଏକ ନମ୍ବର ମନ୍ତ୍ରୀ ଭାବେ ବିବେଚିତ ହେଲେ ପଞ୍ଚାୟତିରାଜ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭାରତର ସର୍ବଶ୍ରେଷ୍ଠ ମନ୍ତ୍ରୀଭାବେ ଉପରାଷ୍ଟ୍ରପତି ପ୍ରତାପଙ୍କୁ ଦିଲ୍ଲୀରେ ପୁରସ୍କୃତ କରିଛନ୍ତି । ପ୍ରତାପଙ୍କ ପାଇଁ ଓଡିଶା ଗର୍ବିତ ।
୩ ଜୁନ ୧୯୬୬ରେ କେନ୍ଦ୍ରାପଡାରେ ଜନ୍ମଗ୍ରହଣ କରିଥିଲେ ପ୍ରତାପ । ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ହାସଲ କରିଥିଲେ । ୧୯୮୫ରେ ରେଭେନ୍ସା କଲେଜରେ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକଭାବେ ନିର୍ବାଚିତ ହୋଇଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ପ୍ରତାପଙ୍କ ରାଜନୈତିକ ଜୀବନ । ୧୯୯୦-୯୧ରେ ପ୍ରତାପଙ୍କୁ ଛାତ୍ର ନେତା ରୂପେ ପ୍ରତିଷ୍ଠା ବଢିଥିଲା । ଯେତେବେଳେ ସେ ମଧୁସୂଦନ ଲ କଲେଜରେ ସଂଘର ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ । ପ୍ରତାପଙ୍କ ଲୋକ ପ୍ରିୟତାକୁ ଦେଖି ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ୧୯୯୨ରେ ତାଙ୍କୁ ରାଜ୍ୟ ଛାତ୍ର ଜନତା ଦଳର ଅଧ୍ୟକ୍ଷ କରିଥିଲେ । ଏବଂ ପରେ ୨୦୦୦ରେ ସେ ବିଜୁ ଜନତା ଦଳରୁ କିଶୋର ନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି ।